ସିମୁଳିଆ: ବାସିନ୍ଦିପୁର ଗ୍ରାମ ର କାର୍ଯ୍ୟରତ ସାମ୍ବାଦିକ ଙ୍କ ସୋର ମେଡିକାଲ ରେ ଚିକିତ୍ସିତ ଅବସ୍ଥା ରେ ମୃତ୍ୟୁ
ଯୁବ ସାମ୍ବାଦିକ ଙ୍କ ଅକାଳ ବିୟୋଗ ରେ ମର୍ମାହତ ଖଇରା ସାମ୍ବାଦିକ ସଂଘ l ଖଇରା ବ୍ଲକ ମାଖନପୁର ପଂଚାୟତ ବାସିନ୍ଦିପୁର ଗ୍ରାମ ର କାର୍ଯ୍ୟରତ ସାମ୍ବାଦିକ କିଶୋର ବେହେରା ଦୀର୍ଘଦିନ ଧରି କିଡ଼ନୀ ରୋଗ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ l ଆଜି ଚିକିତ୍ସା ପାଇଁ କିଶୋର ସୋର ମେଡିକାଲ କୁ ଯାଇଥିଲେ l ଚିକିତ୍ସା ଚାଲିଥିବା ବେଳେ ଆଜି ମଙ୍ଗଳବାର ଅପରାହ୍ନ 5 ଘଟିକା ସମୟରେ ତାଙ୍କର ଦେହାନ୍ତ ହୋଇଯାଇଛି l ଖବର ପାଇ ବାସୁଦେବପୁର ଆଇଆଇସି ସମେତ ଖଇରା, ସୋର ଓ ସିମୁଳିଆ ସାମ୍ବାଦିକ ମାନେ ମେଡିକାଲ ରେ ପହଁଚି ଶେଷ ଦର୍ଶନ କରିଥିଲେ l