ଗୋବିନ୍ଦପୁର: ଦୀପାବଳି ଛୁଟି ପାଇଁ ବାମରା ବ୍ଲକ ଅଫିସ ଠାରେ ହେବାକୁଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ବାତିଲ
ବାମରା ବ୍ଲକ ଅଫିସ ରେ ସୋମବାର ଦିନ ଆୟୋଜିତ ହେବାକୁ ଥିବା ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣୀ ବାତିଲ କରାଯାଇଥିବା ସୂଚନା ରହିଛି। ସୂଚନା ଅନୁସାରେ ବାମରା ଠାରେ ସୋମବାର ଦିନ ସମ୍ୱଲପୁର ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବା ନେଇ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାତ୍ର ରାଜ୍ୟ ସରକାର ଙ୍କ ପକ୍ଷରୁ ସୋମବାର ଦିନ ଦୀପାବଳୀ ଛୁଟି ଘୋଷଣା କରାଯାଇଥିବା ବାମରା ବ୍ଲକ ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣୀ ଶିବିର କୁ ବାତିଲ କରାଯାଇଛି। ଏନେଇ ରବିବାର ସନ୍ଧ୍ୟା ୬ ଟା ସମୟରେ ସୂଚନା ପ୍ରଦାନ କରାଯାଇଛି।