ମୂଷା ମରା ଖାଇ ଜଣେ ଯୁବକ ଗୁରୁତର , ପୁଇଁନ୍ତଲା ଥାନା ଅଞ୍ଚଳରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ପୁଇଁନ୍ତଲା ଥାନା ଅନ୍ତର୍ଗତ ଖଇରପାଲି ଗ୍ରାମର ଅନୁଭବ ଦାସ କୌଣସି କାରଣ କୁ ନେ଼ଇ ମୂଷା ମରା ଖାଇ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ପରିବାର ଲୋକେ ତତ୍କାଳ ତାଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ଆଜି ରାତି ପ୍ରାୟ ୧୦ଟା ସମୟରେ ମେଡିକାଲ ସୂତ୍ରରୁ ଏହି ସୂଚନା ମିଳିଛି। ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତା ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।