ସିମୁଳିଆ: ମିତ୍ରପୁର ଠାରେ ବିଜେଡି ଜନସଂମ୍ପର୍କ ପଦଯାତ୍ରା ଅନୁଷ୍ଠିତ
ବିଜେଡି ର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଆଜି ପୂର୍ବତନ ବିଧାୟକ ଶୁକାନ୍ତ ନାୟକ ଙ୍କ ନେତୃତ୍ୱ ରେ ନୀଳଗିରି ବ୍ଲକ ମିତ୍ରପୁର ଠାରେ ବିଜେଡି ର ଜନ ସଂମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏଥିରେ ନୀଳଗିରି ବ୍ଲକ ର ସମସ୍ତ ପଂଚାୟତ ଓ ପୌରାଞ୍ଚଳ ର ବିଜେଡି ନେତୃ ମଣ୍ଡଳୀ ଓ କର୍ମୀ ମାନେ ଉପସ୍ଥିତ ଥିଲେ l ବିଜେଡି ଜିଲ୍ଲା ସଭା ପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବରିଷ୍ଠ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଯୋଗ ଦେଇ ବିଜେପି ସରକାର ଉପରେ ବର୍ଷିଥିଲେ l ଏହି କାର୍ଯ୍ୟକ୍ରମ ଆଜି ଶନିବାର ଅପରାହ୍ନ 4 ଘଟିକା ପର୍ଯ୍ୟନ୍ତ ଚାଲୁ ରହିଥିଲା l