ମାଧବ ସଙ୍ଗୀତ ବିଦ୍ୟାଳୟର ୩୨ ତମ ବାର୍ଷିକ ଉତ୍ସବ ଆଜି ସନ୍ଧ୍ୟା ସାତଟା ସମୟରେ ବ୍ରଜରାଜନଗର ରବୀନ୍ଦ୍ର ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବ୍ରଜରାଜନଗର ପୋୖରାଧକ୍ଷ କ୍ରିଷ୍ଣା ଗୋପାଳ ସିତାନି ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ବିଜୟ କୁମାର ସାହୁ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧବ ସଙ୍ଗୀତ ବିଦ୍ୟାଳୟ ର ନିର୍ଦ୍ଦେଶକ ଦିନେଶ କୁମାର ପଳେଇ ଓ ସମ୍ପାଦକ ଶମ୍ଭୁ ଚରଣ ଠାକୁର ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।