ଦେବଗଡ: ଡଙ୍ଗାପାଳ ଗ୍ରାମରେ ଛେଳିକୁ କେନ୍ଦ୍ର କରି ଗଣ୍ଡଗୋଳ ଅଭିଯୋଗ
ଦେବଗଡ ଥାନା ଅନ୍ତର୍ଗତ ଡଙ୍ଗାପାଳ ଗ୍ରାମରେ ଛେଳିକୁ କେନ୍ଦ୍ର କରି ଗଣ୍ଡଗୋଳ ଅଭିଯୋଗ ହୋଇଛି । ଡଙ୍ଗାପାଳ ଗ୍ରାମର ହୃଷିକେଶ ନାୟକଙ୍କ ସ୍ତ୍ରୀ କୁମାରି ନାୟକ ସେହି ଗ୍ରାମର ରଘୁନାଥ ନାୟକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଆଜି ସନ୍ଧ୍ୟା ପ୍ରାୟ ୬ ଟାରେ ଦେବଗଡ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ କୁମାରି ଛେଳି ପାଳନ କରିଥିବା ବେଳେ ପ୍ରାୟ ୨୫ ଦିନ ହେଲା ଏକ ଛେଳି ହଜି ଯାଇଥିଲା । ଉକ୍ତ ଛେଳି ସେହି ରଘୁନାଥ ନାୟକଙ୍କ ଘରେ ରହି ଯାଇଥିଲା । ଗୋଟିଏ ଦିନ ରଘୁନାଥଙ୍କ ପରିବାର ଛେଳି ଛାଡିଦେବାରୁ ଉକ୍ତ ଛେଳିଟି କୁମାରିଙ୍କ ଘରକୁ ଆସିଥିଲା ।