ଢେଙ୍କାନାଳ ଜିଲ୍ଲା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ (ଓଷ୍ଟା)ର ଜିଲ୍ଲା ସ୍ତରୀୟ ସମ୍ମିଳନୀ ଓଷ୍ଟା ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ସଂଘର ସଭାପତି ରାମ ରାଉତ ସଭାପତିତ୍ୱ କରିଥିଲେ । ରାଜ୍ୟ ସଂଘର ସାଧାରଣ ସଂପାଦକ ରଞ୍ଜନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହିତ ରାଜ୍ୟ ସଂଘର ଶୈକ୍ଷିକ ସଂପାଦକ ପ୍ରଣବ କୁମାର ଜେନା, ଆନ୍ଦୋଳନ ସଂପାଦକ ରମାକାନ୍ତ ମହାପାତ୍ର ଓ ରାଜ୍ୟ ଉପସଭାପତି ପ୍ରମୋଦ କୁମାର ସାଇଁ ଯୋଗ ଦେଇଥିଲେ । କଙ୍କଡାହାଡ ବ୍ଲକ୍ର ସଂପାଦକ ଦିଲ୍ଲୀପ କୁମାର ମାଝି ସାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ସଂପାଦକ ଶଶୀକା