ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବଡ଼ଗାଁ ପଞ୍ଚାୟତ ଜୁହା ଗ୍ରାମରେ ଗତ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଘର ସହିତ ବୃଦ୍ଧ ଜଳି ଯିବା ପରି ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକ ମାନେ ଅନ୍ୟ ଘରେ ଶୋଇଥିବା ବେଳେ ୬୫ ବର୍ଷୀୟା ବୃଦ୍ଧ ଆନ୍ଦ ସିଂ ଥଣ୍ଡା ଦାଉରୁ ରକ୍ଷା ପାଇଁ ଜାଳି ଥିବା ନିଆଁ ସଂସ୍ପର୍ଶରେ ଆସି ପୋଡିଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ନିଆଁ ଲିଭାଇବାକୁ ଯାଇଥିବା ଦମକଳବାହିନୀ ପହଞିବା ବେଳକୁ ସବୁ ଶେଷ ହୋଇଯାଇଥିଲା।