ଝାରସୁଗୁଡା ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହର ଦୁଇ ଦିନିଆ ଖେଳକୁଦ ପ୍ରତିଯୋଗିତା ଆଜି ସକାଳ ଏଗାରଟା ସମୟରେ ଭିକମପାଳି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଉଦଘାଟିତ ହୋଇଯାଇଛି l ଏହି ଉଦଘାଟନୀ ସଭାରେ ଲଖନପୁର ବ୍ଲକ ଅଧ୍ୟକ୍ଷା ହୂତେଶ୍ୱରୀ ତିହିରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ପଂଚାୟତର ସରପଞ୍ଚ ପଦ୍ମିନୀ ସାହୁ, ସମିତି ସଭ୍ୟା ବବିତା ମହାପାତ୍ର ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ 130 ରୁ ଉର୍ଦ୍ଧ ଖେଳାଳି ଅଂଶଗ୍ରହଣ କରିଛନ୍ତି ତନ୍ମମଧ୍ୟରୁ 25 ଜଣ ଖେଳାଳି ଚୟନୀତ ହୋଇ ଆଗାମୀ ଦିନରେ ରାଜ୍ୟ ସ୍ତରୀୟ