ଗୋବିନ୍ଦପୁର: ବାମରା ଦମକଳ କେନ୍ଦ୍ର ନିକଟ ପଡ଼ିଆ ଠାରେ ପଞ୍ଚ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବାମରା ସ୍ଥିତ ଦମକଳ କେନ୍ଦ୍ର ନିକଟ ପଡ଼ିଆ ଠାରେ ମଙ୍ଗଳବାର ଦିନ ପଞ୍ଚ ଦିବସୀୟ ବାମରା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ବାମରା ଫାୟର କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଉକ୍ତ ଟୁର୍ଣ୍ଣାମେଣ୍ଟରେ ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ରୁ ମୋଟ ୧୬ ଗୋଟି ଦଳ ଭାଗ ନେଇଛନ୍ତି। ଏହାର ଉଦଘାଟନୀ ଉତ୍ସବ ରେ ସାନ୍ସଦ ପ୍ରତିନିଧି ପାପୁନ୍ ସିଙ୍ଗ ଠାକୁର, ବିଜେପି ମଣ୍ଡଳ ସଭାପତି ବିଷ୍ଣୁ ଅଗ୍ରୱାଲ, ଚଙ୍କି ଉପାଧ୍ୟାୟ, ସାଗର ନାଏକ ଓ ସଞ୍ଜୁ ଅଗ୍ରୱାଲ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।