ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ରକ୍ସିମୁଣ୍ଡ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ଭବ୍ୟ ଓ ଉତ୍ସାହଭରା ପରିବେଶରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସରୋଜ ପ୍ରଧାନ ଆଜି ଅପରାହ୍ନ ୨ଟା ସମୟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହିତ ନୈତିକତା, ଶିଷ୍ଟାଚାର ଓ ଶୃଙ୍ଖଳାର ମହତ୍ତ୍ୱ ବିଷୟରେ ଅନୁପ୍ରେରିତ କରିଥିଲେ। ଛାତ୍ରଛାତ୍ରୀଙ୍କ ରଙ୍ଗିନ ସାଂସ୍କୃତିକ ପ୍ରଦର୍ଶନ ସମସ୍ତଙ୍କ ମନ ଜିତିଥିବା ବେଳେ, ଅତିଥିମାନେ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ।