ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌର ପରିଷଦରେ ପୌର କର୍ମଚାରୀ ସ୍ୱର୍ଗତ ଚୂଡାମଣି ଦରଡିଆ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି l ଆଜି ଅପରାହ୍ନ ପ୍ରାୟ ୧୨ ଟା ୩୦ ରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବେଲପାହାଡ ନଗରପାଳ ନିମାଇଁ ଚରଣ ପଣ୍ଡା, ଉପ ନଗରପାଳ ରିନା ସୁନା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରବ ପ୍ରଧାନ ଙ୍କ ସହ କାଉନସିଲର ଓ ପୌର କର୍ମଚାରୀ ମାନେ ଉପସ୍ଥିତ ରହି ସ୍ବର୍ଗତ ଚୂଡାମଣି ଦରଡିଆ ଙ୍କ ଅମରାତ୍ମା ର ସଦଗତି କାମନା କରିବା ସହଶ୍ରଦ୍ଧାଞ୍ଜଳୀ ଜ୍ଞାନପ କରିଛନ୍ତି l