ମୋଟୁ: ୩୨୬ ନଂ ଜାତୀୟ ରାଜପଥର ଏମପିଭି ୮୧ ଗ୍ରାମ ନିକଟରେ କାଦୁଅରେ ଫସି ରହିଲା ୨ ଟ୍ରକ, ଯାତାୟତ ବାଧାପ୍ରାପ୍ତ
ମାଲକାନଗିରି ଜିଲ୍ଲା ଦେଇ ଯାଉଥିବା ୩୨୬ ନଂ ଜାତୀୟ ରାଜପଥର ମହାରାଜପଲ୍ଲୀ ଠାରୁ ଏମପିଭି ୮୧ ଗ୍ରାମ ମଝିରେ ଗତ କାଲି ଅପରାହ୍ଣ ସମୟରୁ ଦୁଇଟି ଟ୍ରକ ଗୋଟିଏ ସ୍ଥାନରେ କାଦୁଅରେ ଫସି ରହିବାରୁ ପ୍ରାୟ ୧୫ ଘଣ୍ଟା ଧରି ଏହି ରାସ୍ତା ଦେଇ ଯାତାୟତ ବନ୍ଦ ହୋଇ ରହିଥିଲା। ତେବେ ରବିବାର ସକାଳୁ ସ୍ଥାନୀୟ ଅଞ୍ଛଳର କିଛି ଲୋକଙ୍କ ସହଯୋଗରେ ଗୋଟିଏ ଗାଡି ହଟାଯିବା ପରେ ଯାତାୟତ ଏକ ପ୍ରକାର ସ୍ୱାଭାବିକ ହୋଇପାରିଥିଲେ ମଧ୍ୟ ଏବେ ବି ଗୋଟିଏ ଟ୍ରକ୍ କାଦୁଅରେ ଫସି ରହିବାରୁ ବଡ ଗାଡି ଓ ଭାରିଯାନ ଗୁଡିକ ଚଳାଚଳ ହୋଇପାରୁ ନାହିଁ।