ପ୍ରଶାସନ ର ଧରପକଡ ପରେ ଜବତ ବାଲି କୁ ନିଜେ ଉପଜିଲ୍ଲାପାଳ, ତହସିଲଦାର ଓ ମାଇନିଙ୍ଗ ଅଫିସର ଙ୍କ ଉପସ୍ଥିତି ରେ ଆଇନତଃ ନିଲାମ କରି ପରମିଟ ଦିଆଯାଇଥିବା ବାଲିକୁ ଏବେ ବେତନଟୀ ଥାନା ଅଧିକାରୀ ଜବରଦସ୍ତି ଅଟକାଇ ରଖିଛନ୍ତି। ଏନେଇ ମଙ୍ଗଳବାର ଏସପିଙ୍କ ସହିତ ଦେଖା କରି ବାରିପଦା ଠାରେ ଅପରାହ୍ନ ପ୍ରାୟ ୪ ଟାରେ ପ୍ରତିକ୍ରିୟା ଦେଲେ ଟ୍ରକ୍ ଡ୍ରାଇଭର ସାଇବା ସିଂ ଓ ବାଲି ନିଲାମ ନେଇଥିବା ବ୍ୟକ୍ତି ଶ୍ରୀଧର ଜେନା।