କୁକୁଡ଼ା ରେଳ ଫାଟକ ନିକଟରେ ଗ୍ରାମବାସୀ କରିଲେ ବିରୋଧ ପ୍ରଦର୍ଶନ ବୁଧୁବାର ଦିନ ପ୍ରାୟ ୧୦.୩୦ ବେଳେ ବନ୍ଧମୁଣ୍ଡା-ବିଶ୍ରା ମୁଖ୍ୟ ରାସ୍ତାରେ ଥିବା କୁକୁଡ଼ା ରେଲ ଫାଟକ ନିକଟରେ ନବ ନିର୍ମିତ ବ୍ରିଜ ନିକଟରେ ସ୍ଥାନୀୟ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଜର୍ଜ ତିର୍କି, ବିଶ୍ରା ଅଞ୍ଚଳର ବହୁ ସରପଞ୍ଚ ତଥା ସମିତି ସଦସ୍ୟ ସମେତ ସ୍ଥାନୀୟ ସାମାଜିକ କର୍ମୀମାନେ ଗ୍ରାମବାସୀଙ୍କ ସହ ଏକାଠି ହୋଇ ରାସ୍ତା ଅବରୋଧ କରିଥିଲେ। ଲୋକଙ୍କ କହିବା ଅନୁସାରେ ପ୍ରାୟ ୧୫ ବର୍ଷ ଧରି କୁକଡ଼ା ରେଳ ଫାଟକ ଠାରେ ଓଭର ବ୍ରିଜର ଦାବି ହେଇ ଆସୁଥିବା