ଶୁକ୍ରବାର ଦିନ ପ୍ରାୟ ୧୨ଟାରେ ମୟୂରଭଞ୍ଜ ଜିଲ୍ଳା ଉଦଳା ନିର୍ବାଚନ ମଣ୍ଡଳୀର ଉଦଳା ଠାରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୁର୍ବତନ ବିଧାୟକ ଶ୍ରୀନାଥ ସୋରେନ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି ଏବଂ ଉଦଳା ବ୍ଲକ ଓ ଉଦଳା NAC ର ସଭାପତି, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ, ଦଳର ସମସ୍ତ ନେତୃବୃନ୍ଦ, କର୍ମୀ ଏବଂ ଜନସାଧାରଣ ମାନେ ଏଥିରେ ଉପସ୍ଥିତ ରହିଥିବା ନେଇ ଜଣାପଡିଛି।