ଯୁଯୁମୁରା ଥାନାରେ ଯୋଗଦେଲେ ନୂତନ ଥାନା ଅଧିକାରୀ ଜିଲ୍ଲା ହେଡ଼ କ୍ବାଟରରୁ ବଦଳି ହୋଇ ରବିବାର ଯୁଯୁମୁରା ଥାନାରେ ନୂତନ ଭାରପ୍ରାପ୍ତ ଅଧୂକାରୀ ଭାବେ ଅନିମା ଏକ୍କା ଯୋଗଦାନ କରିଛନ୍ତି । ଏହି ଅବସରରେ ଥାନାର ସମସ୍ତ କର୍ମଚାରୀ ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିବା ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଥାନାଞ୍ଚଳ ଜନ ସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତା ଦିଗରେ ନିରନ୍ତର ପ୍ରୟାସ ଜାରି ରହିବ ବୋଲି ଆଇଆଇସି ଶ୍ରୀମତୀ ଏକ୍କା ମତ ପ୍ରକାଶ କରିଛନ୍ତି।