ଧର୍ମଗଡ: ଧର୍ମଗଡ ଅଞ୍ଚଳରେ ଦୀପାବଳି ପୂର୍ବରୁ ଅଦିନିଆଁ ବର୍ଷା, ଚିନ୍ତାରେ ବ୍ୟବସାୟୀ
ଆଉ ଦିନକ ପରେ ଆସୁଛି ଆଲୋକର ପର୍ବ ଦୀପାବଳି।ଦୀପାବଳି ପାଇଁ ଗାଁ ଠୁ ସହର ଚଳଚଞ୍ଚଳ।ଏହି ପର୍ବ ପାଳନ କରିବା ପାଇଁ ଛୋଟ ପିଲାଠୁ ଯୁବ ଗୋଷ୍ଠୀ ଅପେକ୍ଷା କରି ରହିଛନ୍ତି।ପ୍ରଶାସନ ପକ୍ଷରୁ ଧର୍ମଗଡ ଉତ୍ସବ ପଡିଆରେ ବାଣ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି।ଏହି ତିନିଦିନ ମଧ୍ୟରେ ଭଳ ଦୁଇ ପଇସା ଲାଭ ଆଶାରେ ବ୍ୟବସାୟୀ ମାନେ ଲକ୍ଷ ଲକ୍ଷ ଟଙ୍କାର ଆତିଶବଜୀ ଆଣି ଗଛିତ ରଖିଥିବା ବେଳେ ରବିବାର ସନ୍ଧ୍ୟା ୬ ଟାରୁ ଧର୍ମଗଡ ଅଞ୍ଚଳରେ ବର୍ଷା ହୋଇଥିଲା।