ପାଲଲହଡା: ସମଲ ରାସ୍ତା ନିକଟରେ ଦୁଇ ବାଇକ ମଧ୍ୟରେ ଦୁର୍ଘଟଣା, ୨ ଜଣ ଗୁରୁତର
ଅନୁଗୋଳ ଜିଲ୍ଲା ପାଳଲହଡା ନିର୍ବାଚନ ମଣ୍ଡଳୀ ସମଲ ଗ୍ରାମ ରାସ୍ତା ନିକଟରେ ଦୁଇଟି ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବୁଧବାର ଅପରାହ୍ନ ୨: ୩୦ସମୟରେ ଜଣାପଡିଛି। ସୁଚନା ଅନୁସାରେ ସମଲ ହାଇସ୍କୁଲ ପଟୁ ଏକ ବାଇକ ଯାଉଥିବା ବେଳେ ବିପରୀତ ପଟୁ ଆସୁଥିବା ଅନ୍ୟ ବାଇକ ସହିତ ସମଲ ବ୍ରିଜ ନିକଟ ରାସ୍ତାରେ ଧକ୍କା ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳରେ ଜଣେ ମହିଳାଙ୍କ ସହିତ ଆଉ ଜଣେ ପୁରୁଷ ଗୁରୁତର ହୋଇ ରାସ୍ତାରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଦୁଇ ଗୁରୁତରଙ୍କୁ କଣିହାଁ ମେଡିକାଲକୁ ପଠାଇ ଥିବା ଜଣାପଡିଛି। ଦୁର୍ଘଟଣା ଗ୍ରସ୍ତ ଲୋକଙ୍କ ପରିଚୟ ମିଳିପାରିନାହିଁ।