ବାରିପଦା ମ୍ୟୁନିସିପାଲଟି: ଝାରପୋଖରୀଆ ବଜାରରେ ଅର୍ଦ୍ଧନିର୍ମିତ ଓଭରବ୍ରିଚ ତଳେ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଜଣେ ମୃତ; ଉକ୍ତତ୍ବ ଲୋକ କଲେ ରାସ୍ତା ଅବରୋଧ
ମୟୁରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ଅଧୀନରେ ଥିବା ଝାରପୋଖରୀଆ ବଜାରରେ ଅର୍ଦ୍ଧନିର୍ମିତ ଓଭରବ୍ରିଚ ତଳେ ରବିବାର ସକାଳ ପ୍ରାୟ ୧୧.୩୦ ଟାରେ ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଯାଇଛି | ଶଶୁର ଘର ଝାରଖଣ୍ଡ ରାଜ୍ୟ ମାଙ୍କିଡି ଗ୍ରାମରୁ ନିଜ ଘର ଚାନ୍ଦୁଆ ଥାନା ଅନ୍ତର୍ଗତ ରଜାବସା ଗ୍ରାମକୁ ନିଜ ଘରକୁ ଫେରୁଥିବା ସମୟରେ ଟ୍ରେଲର ସହିତ ଦୁର୍ଘଟଣା ଘଟିଥିଲା ଫଳରେ ୩୫ ବର୍ଷୀୟ ସୁରେଶ ବିନ୍ଧାଣି ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ | ଦୁର୍ଘଟଣା ପରେ ଝାରପୋଖରିଆ ଅଞ୍ଚଳର ଅଞ୍ଚଳବାସୀଙ୍କ ସହିତ ବିଭିନ୍ନ ରାଜ ନୈତିକଦଳ ମିଳିମିଶି ଜାତୀୟ ରାଜପଥ ୧୮ ଓ ୪୯ କୁ ସମ୍ପୂର୍ଣ ଭାବେ ବନ୍ଦ କରିଥିଲେ।