ସୁକିନ୍ଦା: ବୋଉଳପାଳ ଗ୍ରାମରେ ବିଷଧର ସାପ କାମୁଡାରେ ଶିଶୁ କନ୍ୟା ଗୁରୁତର , କଟକ ସ୍ଥାନାନ୍ତର
Sukinda, Jajpur | Sep 17, 2025 ବୋଉଳପାଳ ଗ୍ରାମରେ ଶ୍ୟାମ ମୁଣ୍ଡାଙ୍କ ଶିଶୁ କନ୍ୟା ମିନତି ମୁଣ୍ଡା ନିଜ ବାସ ଗୃହରେ ସୋଇରହିଥିବା ବେଳେ ଏକ ବିଷଧର ସାପ ଆସି ମିନତି ମୁଣ୍ଡାକୁ ଦଂଶନ କରିଥିଲା । ମିନତିକୁ ତାଙ୍କ ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ମଙ୍ଗଳବାର ବିଳମ୍ୱିତ ରାତିରେ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ବଡ ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଥିବା ବୁଧବାର ସକାଳ 6 ଘଟିକା ସମୟରେ ଦେଖିବାକୁ ମିଳିଛି ।