ଭଟଲି: ରାଇଶୋଭା ଛକ ରେ ଗଞ୍ଜେଇ ଚାଲାଣ ବେଳେ ଦୁଇ ଗିରଫ ଓ ୨୧କେଜି ଗଞ୍ଜେଇ ଜବତ,
ରାଇଶୋଭା ଛକ ରେ ଗଞ୍ଜେଇ ଚାଲାଣ ବେଳେ ଦୁଇ ଗିରଫ ଓ୨୧କେଜି ଗଞ୍ଜେଇ ଜବତ, ଭଟଲି ଥାନା ଅନ୍ତର୍ଗତ ରାଇଶୋଭା ଗ୍ରାମର ରାଇଶୋଭା ଛକ ଠାରେ ଆଜି ସକାଳ ୧୦ ଟାରେ ଭଟଲି ପୋଲିସ ଚେକିଂ କରୁଥିବା ବେଳେ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଦୁଇଜଣ ଗଞେଇ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି। ପ୍ରକାଶ ଥାଉକି ରାଇଶୋଭା ଛକ ଠାରେ ନାକା ଡ୍ୟୁଟି କରୁଥିବା ବେଳେ ଭଟଲି ଥାନା ଅଧିକାରୀ ବିଭୁତି ଭୂଷଣ ଦାଶ ଏକ ପେସନ ପ୍ରୋ ମୋଟର ସାଇକେଲ କୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଦୁଇଟି ବ୍ଯାଗରେ ୨୧କେଜି ଗଞେଇ ଚାଲାଣ କରୁଥିବା ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣ କୁ ଗିରଫ କରିଛି ଭଟଲି ପୋଲିସ।