ଜଗତସିଂହପୁର: ନକଲି ସାର୍ଟିଫିକେଟଦେଇ ଚାକିରୀ କରିଥିବା ବାଲିକୁଦା କଲେଜର ଜଣେ ଅଧ୍ୟାପକକୁ ଚାକିରୀରୁ ବହିଷ୍କାର କଲେ ଉପଜିଲ୍ଲାପାଳ
ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ଅଧ୍ୟାପକ ବହିଷ୍କାର। ବହିଷ୍କାର ନେଇ ଆଜି ଅପରାହ୍ନ ୫ ଟା ସମୟରେ ସୂଚନା ମିଳିଛି ।ବହିଷ୍କାର କରିଛନ୍ତି ଜଗତସିଂହପୁର ଉପଜିଲ୍ଲାପାଳ। ଜଗତସିଂହପୁର ଜିଲ୍ଲା ବାଲିକୁଦା କଲେଜରେ ୭ବର୍ଷ ଧରି ବାଣିଜ୍ୟ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ ସନ୍ତୋଷ କୁମାର ଶତପଥି। ଏମକମ ଜାଲି ସାର୍ଟିଫିକେଟ ଦେଇ ୨୦୧୮ ମସିହାରୁ ଚାକିରୀ କରୁଥିଲେ ସନ୍ତୋଷ। ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କୁ ଅଭିଯୋଗ ପରେ ୨୦୨୨ ମସିହାରେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ତଦନ୍ତ କରି ରିପୋର୍ଟ ଦେବାପରେ ଆଜି ତାଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହିତ ବର୍ଷ ଧରି ନେଇଥିବା ଦରମାକୁ ଆଦାୟ କରିବ