ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଗୋଲାପଲ୍ଲୀ ନୁଆଁ ସାହିରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଦୁଇ ଜଣ ଆହାତ ହୋଇଛନ୍ତି l ଆହାତ ଦୁଇ ଭଉଣୀ ହୋଇଥିବା ବେଳେ ଗ୍ରାମର ପି କୃଷ୍ଣା ପାତ୍ର ଙ୍କ ଦୁଇ ଝିଅ ପି. ଝିଲି ପାତ୍ର ଏବଂ ପି. ଅନିଶା ପାତ୍ର ଆହାତ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ପି. କ୍ରିଷ୍ଣା ଙ୍କ ଘର ଆଗରେ ରହିଥିବା ନଳ କୂପ ଠାରେ ଗ୍ରାମର ନାଗମା ପାତ୍ର ଙ୍କ ପରିବାର ସହ କୌଣସି କାରଣକୁ ନେଇ ବଚସା ହୋଇଥିଲା l ବଚସା ଉଗ୍ରରୂପ ନେଇ ଆଜି ରାତିରେ ଗ୍ରାମର ଜଣେ ମୃତକ ଙ୍କ କାର୍ଯ୍ୟରେ କ୍ରିଷ୍ଣା ଙ୍କ ଦୁଇ ଝିଅ ଯୋଗ ଦେଇଥିବା ସମୟରେ ଉଭୟ ପରିବାର ମଧ୍ୟ ରେ ଖଣ୍ଡ ଯୁଦ୍ଧ ହୋଇଛି l