କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମାଲାଗୁଡା ଘାଟିରେ ଏକ ସ୍କୁଟି ରେ ଦୁଇ ଜଣ ୧୫ କେଜି ଗଞ୍ଜେଇ ନେଇ ଟିକାବାଲି ଠାରୁ ଗଞ୍ଜାମ ଜିଲ୍ଲା ସୋରଡ଼ା ଚୋରା ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗର ମୋବାଇଲ ଟିମ୍ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧୫ କେଜି ଗଂଜେଇ ଏବଂ ଗୋଟିଏ ସ୍କୁଟି ଜବତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଳନା କରିଛି । ମୋବାଇଲ ଟିମ୍ ଅଭିଯୁକ୍ତ ମାନେ ଟିକାବାଲି ପେନାବିଡା ଗ୍ରାମ ର ଏସ୍ କୁମାର ପ୍ରଧାନ ଅନ୍ୟାନ୍ୟ ଜଣେ ୟୁଗାନନ୍ଦ ନାୟକ ବୋଲି ଜଣା ପଡିଛି ।