ବ୍ରହ୍ମପୁର ଠାରେ ସ୍ବର୍ଗତ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ଦ୍ବାଦଶାହ ଦିବସ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ମଧ୍ୟାହ୍ନରେ ଅନୁଷ୍ଠିତ ଦ୍ବାଦଶାହ କାର୍ଯ୍ୟକ୍ରମ ଓ ସ୍ମୃତିସଭାରେ ୩ ମନ୍ତ୍ରୀଙ୍କ ସମେତ ବହୁ ବିଧାୟକ, ବହୁ ବିଜେପି ନେତା ଯୋଗ ଦେଇଥିଲେ। ସମସ୍ତେ ସ୍ବର୍ଗତ ପୀତବାସ ପଣ୍ଡାଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ସ୍ୱର୍ଗତ ଆତ୍ମାଙ୍କ ସଦଗତି ନିମନ୍ତେ କାମନା କରିଛନ୍ତି।