ଯଶିପୁର: ସୁକ୍ରୁଳି ଡିଗ୍ରୀ କଲେଜ ଠାରେ ପୋଲିସ ବିଭାଗର ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବୁଧବାର ଦିନ ପ୍ରାୟ ୨ଟାରେ ମୟୂରଭଞ୍ଜ ଜିଲ୍ଳା ରରୁଆଁ ଥାନା ପକ୍ଷରୁ ସୁକ୍ରୁଳି ଡିଗ୍ରୀ କଲେଜ ଠାରେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ରରୁଆଁ ଥାନା ଇନ୍ସପେକ୍ଟର ଆନନ୍ଦି ପଟ୍ଟାୟତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଓ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ।