କଟକ ପୌରାଞ୍ଚଳ: ମାଲଗୋଦାମ ଥାନା ପକ୍ଷରୁ ସୋମବାର ସନ୍ଧ୍ୟାରେ ଶିଖରପୁର ଅଞ୍ଚଳରେ ଦୋକାନ ଉପରେ ଜୋରଦାର ଚଢଉ ହୋଇଛି।
ମାଲଗୋଦାମ ଥାନା ପକ୍ଷରୁ ସୋମବାର ସନ୍ଧ୍ୟା ୭ଟାରେ ଜୋରଦାର ଚଢଉ ହୋଇଛି। ଜୋନ-୧ ଏସିପି ଅରୁଣ ସ୍ୱାଇଁଙ୍କ ନେତୃତ୍ୱରେ ମାଲଗୋଦାମ ଥାନା ଅଧିକାରୀ ରଜନୀକାନ୍ତ ଦାସ ଓ ସିଏମସି କର୍ମଚାରୀଙ୍କ ମିଳିତ ଭାବେ ସ୍ଥାନୀୟ ଅଞ୍ଚଳର ଏକାଧିକ ଦୋକାନରେ ଅଚାନକ ଚଢ଼ଊ କରି ଯାଞ୍ଚ କରିଥିଲେ। ଶିଖରପୁର ତଳସାହିସ୍ଥିତ ଗୁରୁ ନାନକ ପବ୍ଲିକ ସ୍କୁଲ ନିକଟ ଏକ ଦୋକାନରୁ ବହୁ ପରିମାଣର ଗଞ୍ଜେଇ ସହ ଗୁଟଖା, ସିଗାରେଟ ଭଳି ବହୁ ତମ୍ବାଖୁ ଜାତୀୟ ଦ୍ରବ୍ୟ ଜବତ ହୋଇଛି।