ବଲାଙ୍ଗୀର: ଜିଲ୍ଲାର ୯ ଟି ବ୍ଲକରେ ‘ଆସ ଆମେ ଖେଳିବା’ କାର୍ଯ୍ୟକ୍ରମ ପରମ୍ପରା ବିକାଶ ଯାତ୍ରା ଏବଂ ଲୋକ ଉନ୍ନତି ସଂଗଠନର ପଦକ୍ଷେପ
ବଲାଙ୍ଗିର ଜିଲ୍ଲାର ୯ଟି ବ୍ଲକରେ ‘ଆସ ଆମେ ଖେଳିବା’ କାର୍ଯ୍ୟକ୍ରମ ବଲାଙ୍ଗିର, – ପରମ୍ପରା ବିକାଶ ଯାତ୍ରା ଓ ଲୋକ ଉନ୍ନତି ସଂଗଠନ ତରଫରୁ ଜିଲ୍ଲାର ୯ଟି ବ୍ଲକରେ “ଆସ ଆମେ ଖେଳିବା” କାର୍ଯ୍ୟକ୍ରମ ଆୟୋଜିତ ହେଲା। ଲୁଚିଯାଉଥିବା ପାରମ୍ପରିକ ଖେଳକୁ ପୁନର୍ଜୀବନ ଦେବା ଓ ପିଲାମାନଙ୍କ ମାନସିକ-ଶାରୀରିକ ସୁସ୍ଥତା ବଢ଼ାଇବା ଏହାର ଉଦ୍ଦେଶ୍ୟ। ପିଲାମାନେ ଖୋଖୋ, କବଡ଼ି, ବାଘବନ୍ଧି, ଲୁକାଚୁରି ଭଳି ପୁରୁଣା ଖେଳ ଖେଳି ଆନନ୍ଦ ଉଠାଇଲେ। ସଂଗଠନ ପକ୍ଷରୁ କୁହାଯାଇଛି ଯେ ଏହି ଖେଳଗୁଡ଼ିକ ପିଲାମାନଙ୍କ ସ୍ୱାସ୍ଥ୍ୟ, ଦଳୀୟତା ଏବଂ ମନୋବଳ ବୃଦ୍ଧିରେ ସହାୟକ।