ସମ୍ବଲପୁର କଟକ 55 ନଂ ଜାତୀୟ ରାଜପଥର ରେଢ଼ାଖୋଲ ଥାନା ଅନ୍ତର୍ଗତ ବେତଗଡ ଛକରେ ସ୍କୁଟି ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ଜଣକ ହେଲେ ଆଠମଲ୍ଲିକର ସରୋଜ ସାହୁ , ସେ ବଉଦ ରେ ଏକ କ୍ଲିନିକ୍ ଖୋଲିଛନ୍ତି । ସୂଚନାଯୋଗ୍ୟ ସେ ରେଢ଼ାଖୋଲ ପଟରୁ ବାମୁର ଅଞ୍ଚଳକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ସ୍କୁଟି ଟି ଦୁର୍ଘଟଣା ହୋଇଥିଲା । ଫଳରେ ସେ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।