ଡାବୁଗାଁ: ୱେବ ମିଡ଼ିଆରେ ପିସସି ସଭାପତି ଓ କର୍ମୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପ୍ରଶାରଣ, କଂଗ୍ରେସ ତରଫରୁ ପାପଡାହାଣ୍ଡି ଥାନାରେ ଏତଲା
ଏକ ନିର୍ଦ୍ଧିଷ୍ଟ ୱେବ ମିଡ଼ିଆରେ ପିସିସି ସଭାପତି ଭକ୍ତ ଚରଣ ଦାସ ଓ କଂଗ୍ରେସ କର୍ମୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତ୍ତବ୍ୟ ପ୍ରସାରଣକୁ ନେଇ ଆଜି ଜିଲ୍ଲା କଂଗ୍ରେସ ତରଫରୁ ୱେବ ମିଡ଼ିଆ ଏଡିଟର ଓ ଅନ୍ୟ ଚାରି ଜଣଙ୍କ ନାମରେ ପାପଡାହାଣ୍ଡି ଥାନାରେ ଏତଲା ହୋଇଛି | ଗତ ଅକ୍ଟୋବର 15ତାରିଖରେ ୱେବ ମିଡ଼ିଆରେ ପିସିସି ସଭାପତି ଓ କର୍ମୀ ମାନଙ୍କ ବିରୋଧରେ ପ୍ରସାରଣ କରାଯାଇଥିଲା | ଯାହାକୁ କଂଗ୍ରେସ ନିନ୍ଦା କରିବା ସହ ଏଡିଟର ଓ ଚାରି ଜଣଙ୍କୁ ଗିରଫ ଦାବି କରିଛି |