ଆଜି ପାପଡାହାଣ୍ଡି ଦେଇ ଯାଇଥିବା 26 ନମ୍ବର ଜାତୀୟ ରାଜପଥର ପ୍ରଧାନୀଗୁଡା ଠାରେ ଏକ ବାଇକ ଧକ୍କାରେ ଜଣେ ମହିଳା ଗୁରୁତର ହୋଇଛନ୍ତି | ତାଙ୍କ ନାମ ସମାରି ବିନ୍ଧାଣି | ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ | ସମାରି ରାସ୍ତା ପାର ହେବା ସମୟରେ ଏକ ବାଇକ ଧକ୍କା ଦେଇଥିଲା | ଏଥିରେ ସେ ପଡି ଯାଇ ମୁହଁରେ ଆଘାତ ଲାଗିଥିଲା | ପୋଲିସ ବାଇକ ଜବତ କରିଛି |