କୋଟପାଡ: ପୂଜାରୀଗୁଡା ଠାରେ ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l
ପୂଜାରୀଗୁଡା ଠାରେ ଅଭବନୀୟ ଘଟଣା ଘଟିଛି l ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l ମୃତକ କୃଷ୍ଣ ମାଝିଙ୍କ 55 ବର୍ଷୀୟ ସ୍ତ୍ରୀ ବୃନ୍ଦା ମାଝୀ l ବୈପାରୀଗୁଡା ବ୍ଲକ୍ ଅନ୍ତର୍ଗତ ପୂଜାରୀଗୁଡା ପଞ୍ଚାୟତ ସଦର ମହାକୁମା ଠାରେ ରବିବାର ଅପରାହ୍ନ ଚାରିଟା ସମୟରେ ଏଭଳି ଅଘଟନ ଘଟିଛି l ପ୍ରାପ୍ତ ସୂଚନା ଅନୁଯାଇ, କୃଷ୍ଣ ମାଝିଙ୍କ ଘରର ଲୁହା କବାଟ ସନ୍ଧି ଦେଇ ବିଦ୍ୟୁତ ତାର ଟଣା ଯାଇଥିଲା l ହେଲେ ପ୍ରତିନିଧି ଭଳି ଆଜି ମଧ୍ୟ ଲୁହା କବାଟ ବନ୍ଦ କରିବା ସମୟରେ ବିଦ୍ୟୁତ ସ୍ପର୍ଶରେ ଆସି ମୃତ୍ୟୁ ଘଟିଛି l