ରମ୍ଭା ହାଇସ୍କୁଲ ମିନି ଷ୍ଟାଡିୟମରେ ରମ୍ଭା କପ୍ ସିଜନ-୪ ପକ୍ଷରୁ ଅନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ପୂର୍ବାହ୍ନରେ ୧୩ତମ ଦିନରେ ଆଇ ସି ସି ଇଛାପୁରମ ସହ ରମ୍ଭା କ୍ରିକେଟ କ୍ଲବ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।