ବାହୁଦା ନଦୀରୁ ବେଆଇନ ବାଲି ଚାଲାଣ ବେଳେ ଶୁକ୍ରବାର ରାତି ୯ ଘଣ୍ଟା ସମୟରେ ଚଢାଉ କରି ୫ ଗୋଟି ବାଲି ଟ୍ରାକ୍ଟରକୁ ଜବତ କରି କେ ନୂଆଗାଁ ଥାନାକୁ ଅଣାଯାଇଛି ।ମାଇନ୍ସ କର୍ମଚାରୀ ମାନେ ଟ୍ରାକ୍ଟର ଗୁଡିକୁ ଥାନାରେ ଜିମା ଦେଇଥିବା ସୂଚନା ମିଳିଛି। ତେବେ ଆଉ ଗୋଟିଏ ଟ୍ରାକ୍ଟର ଘଟଣା ସ୍ଥଳରୁ ଖସି ଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।