ବାମରାର ସୁଶୀଲ ପ୍ରସାଦ ତାଲଡିହି ଠାରେ ଥିବା ତାଙ୍କ ଏକ ଜମି ଚିହ୍ନଟ କରିବା ପାଇଁ ବାମରା ତହସିଲ କାର୍ଯ୍ୟାଳୟ କୁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡ଼ିଥିଲେ। ଏହାକୁ ନେଇ ସେ ଆଗରୁ ସମ୍ବଲପୁର ଜିଲ୍ଲାପାଳଙ୍କ ଶୁଣାଣି ଶିବିରରେ ୪ ଥର ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ନ ମିଳିବାରୁ, ଶେଷରେ ସୋମବାର ଦିନ ଆୟୋଜିତ ଶିବିରରେ ପୁଣି ଅଭିଯୋଗ କରିଥିଲେ। ଜମି ଚିହ୍ନଟ ପାଇଁ ସମ୍ବଲପୁର ଜିଲ୍ଲାପାଳ ବାରମ୍ବାର ରାଜସ୍ବ ବିଭାଗ କୁ ନିର୍ଦ୍ଦେଶ ଦେଇ ଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅବମାନନା କରିଥିବା କାରଣରୁ, ୨ ଜଣ ଅଧିକାରୀଙ୍କ ଦରମା ବନ୍ଦ କରାଯାଇଛି।