ଆଳି: ନିଆଳ ପଡ଼ିଆ ଠାରେ ବିଶାଳ ମହିଳା ସମାବେଶ ଅନୁଷ୍ଠିତ, ଯୋଗଦେଲେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ
ଆଜି ଶୁକ୍ରବାର ମଧ୍ୟାହ୍ନ ୧୨ ଘଣ୍ଟିକା ସମୟରେ କେନ୍ଦ୍ରାପଡା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଆଳ ପଡ଼ିଆ ଠାରେ ୨,୩ ଏବଂ ୪ନଂ ନମ୍ବର ଜୋନରେ ମହିଳା ମାନଙ୍କୁ ନେଇ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ। ଏହି ସମାବେଶରେ ଆଳି ବିଧାୟକ ତଥା ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ସ୍ୱାବଲମ୍ବୀ ସଶକ୍ତ କରିବା ନିମନ୍ତେ ସବୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି ।