ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋୟର ଶୁକତେଲ ରୋଡ ରେ ବାଇକ ର ଭାରସାମ୍ୟ ହରେଇ ଘଟିଛି ଏକ ଦୁର୍ଘଟଣା। ଏହି ଘଟଣାରେ ଜଣେ ଯୁବକ ଆହତ ହୋଇଥିବା ସୂଚନା ମିଳିଛି। ଯୁବକଙ୍କ ପରିଚୟ ଚୂଡ଼ାପାଲି ଅଂଚଳର ବୋଲି ଜଣାପଡିଛି। ଘଟଣା ପରେ ସେଠାରେ ଥିବା ଲୋକେ ତାଙ୍କୁ ତତ୍କ୍ଷଣାତ୍ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ, ବଲାଙ୍ଗୀରକୁ ନେଇ ଯାଇଥିଲେ। ଆଜି ରାତି ପ୍ରାୟ 10ଟା ସମୟରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।