କେନ୍ଦୁଝର ସହର: ଘରଡିହର ପଟ୍ଟା ପ୍ରଦାନ ଦାବିରେ ଅଲ୍ ଇଣ୍ଡିଆ କ୍ଷେତ ମଜଦୂର ସଭା ପକ୍ଷରୁ ବଡବିଲ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ
ବଡବିଲ ତହସିଲ୍ ଅନ୍ତର୍ଗତରେ ପଳସା ପଞ୍ଚାୟତର ପଳସା, ଉଁଚାବାଲି, ନମ୍ବିରା, ବାମେବାରୀ, ଗୟଳମରା, ବେଲଦା, ନୂଆସାହି; ବଳଦା ପଞ୍ଚାୟତର ବଳଦା, କୁଣ୍ଡାପଶି, ଟାଟାପାଣି, ଚଡକମରା, ବାମେବାରୀ ଏବଂ କାଳୀମାଟି ପଞ୍ଚାୟତର ପିଢ଼ପୋଖରୀ ଓ ହାଣ୍ଡିଭଙ୍ଗା ଆଦି ଗ୍ରାମରେ ଦୀର୍ଘ ଦିନରୁ ଆଦିବାସୀ ପରିବାର ରହି ଆସୁଥିବା ବେଳେ ତାଙ୍କୁ ପଟ୍ଟା ମିଳିପାରି ନାହିଁ। ଯାହା ଫଳରେ ତାଙ୍କ ଜାତି ସାର୍ଟିଫିକେଟ ହୋଇ ପାରୁ ନାହିଁ। ଏନେଇ ଆଜି ଅଲ୍ ଇଣ୍ଡିଆ କ୍ଷେତ ମଜଦୂର ସଭା ପକ୍ଷରୁ ଶତାଧିକ ଗ୍ରାମବାସୀ ବଡବିଲ ତହସିଲ କାର୍ଯ୍ୟାଳୟ ପହଞ୍ଚି ଘରଡିହର ପଟ୍ଟା ତୁରନ୍ତ ପ୍ରଦାନ କରିବାକୁ ଦାବି କରିଥିଲେ।