ଟିଟିଲାଗଡ: ପିଏଚଡି ପିଇବା ପାଣିରେ ବାହାରୁଚି କୁକୁଡ଼ା ପର ଓ ମାଂସ ଟୁକୁଡ଼ା - ମହିଳା ଅସନ୍ତୋଷ
ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ୱର୍ ୧୫ ପୁରୁଣା ଫାଟକ ଗଳିର ଘଟଣା। ସବୁଦିନ ଭଳି ଆଜି ମହିଳା ମାନେ ପିଏଚଡି ବିଭାଗ ଦ୍ଵାରା ହେଉଥିବା ଜଳ ଯୋଗାଣ ସମୟରେ ପାଣି ଆଣିବାକୁ ଯାଇଥିବା ସମୟରେ କୁକୁଡ଼ା ପର ଏବଂ ଛୋଟ ଛୋଟ ମାଂସ ଟୁକୁଡ଼ା ବାହାରୁଥିବା ଅଭିଯୋଗ କରିଛନ୍ତି। ତେବେ ଏ ନେଇ ବିଭାଗ ଅଧିକାରୀ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।