ଗଞ୍ଜାମର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହେଉଛି ଗୋପାଳପୁର। ଯାହା ଆନ୍ତର୍ଜାତିକ ସ୍ତରରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। ତେଣୁ ପ୍ରତିଦିନ ଏଠାକୁ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଲାଗି ରହିଥାଏ।ପର୍ଯ୍ୟଟକ ମାନେ ଭ୍ରମଣ କରିବା ପାଇଁ ବିଶେଷ କରି ସଂଧ୍ୟା ସମୟକୁ ହିଁ ଉତ୍କୃଷ୍ଟ ସମୟ ବୋଲି ଭାବି ନେଇ ବିଭିନ୍ନ ଯାନବାହାନରରେ ଆସିଥାନ୍ତି। ହେଲେ ସେମାନଙ୍କ ପାଇଁ ଅଡ଼ୁଆ ସାଜିଛି ଗାଡି ପାର୍କିଂ ବ୍ୟବସ୍ଥା। ଏଭଳି ଅଭିଯୋଗ କରି ଶନିବାର ସଂନ୍ଧ୍ଯାରେ ପ୍ରତିକ୍ରିୟା ରଖିଛନ୍ତି ପର୍ଯ୍ୟଟକ।