ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଜେଲ୍ ରେ ଥିବା ପୂର୍ବତନ ମେୟର ପିଣ୍ଟୁ ଦାଶ ଫୁଲବାଣୀ ଜେଲ୍ ଯିବେ। ଶିବଶଙ୍କର ଦାଶ ଓରଫ ପିଣ୍ଟୁଙ୍କୁ ବ୍ରହ୍ମପୁର ଜେଲ୍ରୁ ସ୍ଥାନାନ୍ତର ନିଷ୍ପତ୍ତି ନିଆଯାଇଛି। ଏନେଇ SDJM କୋର୍ଟ ଅନୁମତି ଦେଇଥିବା କହିଛନ୍ତି ସରକାରୀ ଓକିଲ। ବୁଧବାର ମଧ୍ୟାହ୍ନରେ ସରକାରୀ ଓକିଲ ସୂଚନା ଦେଇଛନ୍ତି।