ବାମରା ବ୍ଲକ କାର୍ଯ୍ୟାଳୟ ପରିସର ରେ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟନ ହେବା ସତ୍ତ୍ଵେ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ କୋଠା GPLF କୁ ହସ୍ତାନ୍ତର କରାଯାଇ ନାହିଁ। ଫଳରେ GPLF ସଦସ୍ୟ ମାନେ ଗୋବିନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ଥିବା, ଏକ ଭଙ୍ଗା ଦଦରା ଘରେ ନିୟମିତ ବୈଠକ କରିବାକୁ ବାଧ୍ୟ ହେଉଛନ୍ତି। ଏନେଇ ଉପରିସ୍ଥ ଅଧିକାରୀ ଙ୍କୁ ବାରମ୍ବାର କହିବା ସତ୍ତ୍ୱେ କେହି ଶୁଣିନଥିବା ଫେଡରେସନ୍ କାର୍ଯ୍ୟକର୍ତ୍ତା ମାନେ କହିଛନ୍ତି।