ରେଢାଖୋଲ: ବିଭିନ୍ନ ସମସ୍ୟା ନେଇ ପୂର୍ତ୍ତ ବିଭାଗର ଡାକ ବଙ୍ଗଳା ଠାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କ ସହ ଆଲୋଚନା
ବିଭିନ୍ନ ସମସ୍ୟା ନେଇ ଡାକ ବଙ୍ଗଳା ଠାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କୁ ଦାବି ପତ୍ର ପ୍ରଦାନ ।ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ପୂର୍ତ ବିଭାଗର ଡାକ ବଙ୍ଗଳା ଠାରେ ବୁଧବାର ଅପରାହ୍ନରେ ବିଭିନ୍ନ ସମସ୍ୟା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବ୍ଳକ ଅଞ୍ଚଳରେ ଏକ ବିଦ୍ୟାଳୟ ପାଇଁ ଜମି , ନାକଟିଦେଉଳ ଅଞ୍ଚଳର ଏକ ବିଦ୍ୟାଳୟ ର ଜମିକୁ ଜବରଦଖଲ ଉଚ୍ଛେଦ ଓ ହୀରାକୁଦ ବନ୍ଧ ନିର୍ମାଣ ସମୟରେ ବିସ୍ଥାପିତ ହୋଇ ଆସି ରେଢ଼ାଖୋଲ ରେ ରହୁଥିବା ଏକ ପରିବାର କୁ କ୍ଷତିପୂରଣ ଦାବି କରାଯାଇଥିଲା ।