ବାରିପଦାରେ ଅବସ୍ଥିତ ଐତିହାସିକ 'ବ୍ରହ୍ମ ମନ୍ଦିର'ର ଶତବାର୍ଷିକୀ ଉତ୍ସବ ଆଜିଠାରୁ ଆରମ୍ଭ ହୋଇଛି।ଶନିବାର ଦିନ ପ୍ରାୟ ୧୧.୩୦ ଟାରେ ଉଦଘାଟନୀ ଉତ୍ସବରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ମୟୂରଭଞ୍ଜ ର ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ଓ ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ସହ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ବିଶିଷ୍ଟ ଅତିଥିମାନେ ମଧ୍ୟ ଯୋଗ ଦେଇଥିଲେ।