ବଲାଙ୍ଗୀର ସହର ବଡପଡ଼ା ଅଞ୍ଚଳରେ ବିଷ ପାନ କରି ଜଣେ ମହିଳା ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଘଟଣାଟି କେଉଁ ପରିସ୍ଥିତିରେ ଘଟିଛି, ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ମହିଳାଙ୍କ ଅବସ୍ଥା ଗମ୍ଭୀର ଥିବା କୁହାଯାଉଛି। ଆଜି ରାତି ପ୍ରାୟ ୯ଟା ସମୟରେ ମେଡ଼ିକାଲ ସୂତ୍ରରୁ ଏହି ସୂଚନା ମିଳିଛି। ଘଟଣା ସମ୍ପର୍କରେ ପୋଲିସ ସୂଚିତ ହୋଇ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।