ବାରିପଦା ମ୍ୟୁନିସିପାଲଟି: ବିଜାତଳା ଗ୍ରାମରେ ପୋଲିସର ଚଢ଼ାଉ; ବିପୁଳ ପରିମାଣରେ ବେଆଇନ ମଦ ଓ ବାଣ ଜବତ ସହ ଜଣେ ଗିରଫ
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମୀଣ ପୋଲିସ ପକ୍ଷରୁ ଏକ ଟିମ୍ ବିଜାତଳା ଗ୍ରାମରେ ଚଢାଉ କରି ବେଆଇନ ୨୦୪ ଟି ବୋତଲରେ ୯୦ ଲିଟର ବିଦେଶୀ ମଦ ସହିତ ବିପୁଳ ପରିମାଣର ବେଆଇନ ବାଣ ଜବତ କରିଛି। ତେବେ ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇ ଥିବା ବେଳେ ଏନେଇ ଏକ ମାମଲା ରୁଜୁ କରାଯାଇଛି।