ପବିତ୍ର ଅଏଇଁଲା ନବମୀ ଅବସରରେ ବଲାଙ୍ଗିର ବ୍ରାହ୍ମଣପଡ଼ା ଠାରେ ଭକ୍ତିମୟ ପରିବେଶ ମଧ୍ୟରେ ସୁନ୍ଦରକାଣ୍ଡ ପାଠ ଆଜି ଅପରାହ୍ନ ୩ଟା ସମୟ ରେ ଅନୁଷ୍ଠିତ ହୋଇଲା। ଏହି ଧାର୍ମିକ ଅବସରରେ ବଲାଙ୍ଗିର ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦାନ କରି ଭଗବାନ ଶ୍ରୀରାମଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ସେ ଏହି ସୁଯୋଗରେ ସ୍ଥାନୀୟ ଭକ୍ତଜନ ଓ ସମସ୍ତ ବଲାଙ୍ଗିରବାସୀଙ୍କ ପାଇଁ ମଙ୍ଗଳ ଓ ଶାନ୍ତିର କାମନା କରିଥିଲେ। ସୁନ୍ଦରକାଣ୍ଡ ପାଠ ଅବସରରେ ଅନେକ ଭକ୍ତ ଉପସ୍ଥିତ ହୋଇ ଭଗବାନ ଶ୍ରୀରାମଙ୍କ ଚରଣରେ ପ୍ରାର୍ଥନା ଅର୍ପଣ କରିଥିଲେ।