ଡାବୁଗାଁ: ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ହସକ୍ଷେପ ପରେ ଲଦି ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତାଲା ଖୋଲିଲା
ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତ ଲଦି ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଦଳି ଶିକ୍ଷକ ଯୀଶୁ ହରିଜନଙ୍କୁ ଫେରାଇବା ଦାବିରେ ଗତ କାଲି ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇଥିଲେ | ଆଜି ଖବର ପାଇ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରି ପୂର୍ଣ୍ଣ ଚନ୍ଦ୍ର ପୁଜାରି ଓ ସୁଦର୍ଶନ ନାୟକ ବିଦ୍ୟାଳୟରେ ପହଂଚି ହସ୍ତକ୍ଷେପ କରିବା ପରେ ବିଦ୍ୟାଳୟରେ ତାଲା ଖୋଲାଯାଇଥିଲା | ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ଦୃଷ୍ଟି ଆକର୍ଷଣ କରାଯିବ, ସେପର୍ଯ୍ୟନ୍ତ ଯୀଶୁ ହରିଜନ ବିଦ୍ୟାଳୟରେ ରହିବେ ବୋଲି ଅଧିକାରି ମାନେ କହିବା ପରେ ତାଲା ଖୋଲା ଯାଇଥିଲା |