ସୁକିନ୍ଦା: ସୁକିନ୍ଦା ହନୁମାନ ଛକ ପାଖ 53ନଂ ଜାତୀୟ ରାଜପଥରେ ଥିବା ଖାଲରେ ପଡ଼ି ବୀରେନ ଦାସ ଆହତ
Sukinda, Jajpur | Sep 14, 2025 ସୁକିନ୍ଦା ହନୁମାନ ଛକ ପାଖ 53ନଂ ଜାତୀୟ ରାଜପଥରେ ଥିବା ବଡ ଖାଲରେ ପଡ଼ି ବାଇକ ଆରୋହୀ ସୁକିନ୍ଦା ବାସିନ୍ଦା ବୀରେନ ଦାସ ଆହତ ହୋଇଥିଲେ ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିବା ରବିବାର ରାତି 9 ଘଟିକା ସମୟରେ ଦେଖିବାକୁ ମିଳିଛି । ସୁକିନ୍ଦା ହନୁମାନ ଛକ ପାଖ 53ନଂ ଜାତୀୟ ରାଜପଥରେ ଥିବା ବଡ ଖାଲ ଗୁଡ଼ିକୁ ତୁରନ୍ତ ସମତଳ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି ।